Breaking PLUSଦେଶ ବିଦେଶମୁଖ୍ୟ ଖବର
ବ୍ରିଟେନ୍ରେ ୫ ମାସ ପରେ ଦୈନିକ ସଂକ୍ରମଣ ସର୍ବାଧିକ
ବ୍ରିଟେନରେ କରୋନା ଭାଇରସର ଏକ ନୂଆ ପ୍ରାରୁପ ପୁଣି ଥରେ ମୁଣ୍ଡ ଟେକିଛି । ଏଠାରେ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୮ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ମାସ ପରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ । ସର୍ବସାଧାରଣ ସ୍ୱାସ୍ଥ୍ୟ ଅନୁସାରେ ବୁଧବାର ତୁଳନାରେ ଗୁରୁବାର ୬୧ ପ୍ରତିଶତ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବ୍ରିଟେନରେ କରୋନା ଭାଇରସର ଏକ ନୂଆ ପ୍ରାରୁପ ପୁଣି ଥରେ ମୁଣ୍ଡ ଟେକିଛି । ଏଠାରେ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୮ ଜଣ ନୂଆ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ମାସ ପରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ । ସର୍ବସାଧାରଣ ସ୍ୱାସ୍ଥ୍ୟ ଅନୁସାରେ ବୁଧବାର ତୁଳନାରେ ଗୁରୁବାର ୬୧ ପ୍ରତିଶତ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ୧୬ ହଜାର ୧୩୫ ଜଣଙ୍କୁ କରୋନା ହୋଇଥିଲା ।
ନୂତନ ମାମଲା କେତେ ପ୍ରଭାବଶାଳୀ ତାହା ଜଣାପଡ଼ିନାହିଁ । ବୈଜ୍ଞାନିକ ଓ ଗବେଷକମାନେ ନିଜର କାମ କରୁଛନ୍ତି । ଦେଶରେ ଏବେ କରୋନା କାରଣରୁ ୧.୨୮ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏପର୍ଯ୍ୟନ୍ତ ଦେଶରେ ୮୫ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇସାରିଛି । ସେହିପରି ୬୨ ପ୍ରତିଶତ ଲୋକ ୨ୟ ଡୋଜ ନେଇସାରିଛନ୍ତି ।