
ରାଜଭବନରେ ନିରାଡମ୍ୱର ଉତ୍ସବରେ ହୋଇଥିଲା ଏହି ଶପଥଗ୍ରହଣ ଉତ୍ସବ । କୋଭିଡ ସ୍ଥିତିକୁ ଦେଖି ବେଶି ଲୋକଙ୍କୁ ଏଠିକୁ ଆମନ୍ତ୍ରଣ କରାଯାଇନଥିଲା ।ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ଭାରତୀୟ ଜନତା ପାର୍ଟୀ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଉପସ୍ଥିତ ଥିଲେ। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ଅତିଥି ସାମିଲ ହୋଇଥିଲେ ଶପଥ ଗ୍ରହଣ ସମାରୋହରେ ।
କୋଭିଡ ପାଇଁ ଏହି ଉତ୍ସବ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ ନାହିଁ । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବିପୁଳ ସଂଖ୍ୟାରେ ଜିତି ପୁଣିଥରେ ଆସନ ଦଖଲ କରିଛି ତୃଣମୂଳ । ସେମାନଙ୍କ ଦଖଲରେ ଏଥର ୨୧୩ଟି ଆସନ ରହିଛି ।