Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ଛଟପଟ କରିବ ଗୁଳୁଗୁଳି

ଧିରେଧିରେ ବଢିବ ଦିନ ତାପମାତ୍ରା

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ତାପମାତ୍ରା କମ୍‌ ଥିଲେ ବି ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ଆହୁରି ଅସହ୍ୟ ଗରମ ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ପ୍ରାୟ ଅଧିକାଂଶ ସ୍ଥାନରେ ଅଧିକ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହୋଇଛି । ସେପଟେ ରାଜ୍ୟରେ ଆଗାମୀ ୨୭ ତାରିଖ ଯାଏ ଠାଏ ଠାଏ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ବୁଧବାର ଭୁବନେଶ୍ୱରର ତାପମାତ୍ରା ମାତ୍ର ୩୬.୨ଡିଗ୍ରୀ ଥିଲା । କିନ୍ତୁ ଅଧିକ ଆର୍ଦ୍ରତା ଯୋଗୁ ଏଠାରେ ତାପମାତ୍ରା(ଫିଲିଂ ଟେମ୍ପ୍ରେଚର୍‌) ୪୫ଡିଗ୍ରୀ ଭଳି ଲାଗିଥିଲା । ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ । ଗତକାଲି ରାତିରେ ବଲାଙ୍ଗୀରରେ ୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାୟଗଡ଼ାରେ ୩୨, ଦାରିଙ୍ଗିବାଡ଼ିରେ ୧୨, ଗୋପାଳପୁରରେ ୭, ନୂଆପଡ଼ାରେ ୪.୮ ଓ ନବରଙ୍ଗପୁରରେ ୩ ମିଲିମିଟର ବର୍ଷା ହୋଇଛି ।

Show More

Related Articles

Back to top button