
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଦିନକୁ ଦିନ ପାରଦ ହ୍ରାସ ପାଇବାକୁ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳରେ ଗୁଡିକରେ ଶୀତବସ୍ତ୍ର ସାଙ୍ଗକୁ ନିଆଁର ସାହାରା ନେଉଛନ୍ତି ସ୍ଥାନୀୟବାସିନ୍ଦା । ଖାସ୍ କରି ଲୋକେ ମର୍ଣ୍ଣିଂଓ୍ୱାକ ସହ ପାର୍କରେ ଏକ୍ସସାଇଜ କରୁଥିବା ନଜର ଆସୁଛନ୍ତି । ସେହିଭଳି ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିର ଚାଦର ଘୋଡାଇ ହୋଇ ରହୁଛି ।
ଏପଟେ ଶୀତର ମଜାନେବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି ଦାରିଙ୍ଗବାଡିର ତାପମାତ୍ରା ୮ଡିଗ୍ରୀ ରହିଥିବା ବେଳେ ଲୋକେ ପ୍ରବଳ ଶୀତ ଅନୁଭବ କରୁଛନ୍ତି ।