
ଘରୋଇ ମାର୍କେଟ୍ରେ ସୁନା ୦.୬୮ ପ୍ରତିଶତ ଅର୍ଥାତ ୩୧୦ ଟଙ୍କା ବୃଦ୍ଧିପାଇ ୧୦ ଗ୍ରାମ ପ୍ରତି ୪୬,୦୪୬ ଟଙ୍କା ରହିଛି । କିନ୍ତୁ ରୁପାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି । ୧.୧୩ ପ୍ରତିଶତ ଅର୍ଥାତ ୭୭୮ ଟଙ୍କା ହ୍ରାସ ପାଇଁ ରୁପାର ଦାମ କିଲୋ ପିଛା ୬୯,୫୬୨ ଟଙ୍କା ରହିଛି ।ସୋମବାର ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୯୭୦ ଟଙ୍କା ରହିଛି । ରବିବାର ଦିନ ସୁନାର ଦାମ ୧୦ ଗ୍ରାମ ପିଛା ୪୬,୫୭୦ ଟଙ୍କା ରହିଥିଲା । ଅର୍ଥାତ୍ ରବିବାର ତୁଳନାରେ ସୋମବାର ସୁନାର ଦାମ ୪୦୦ ଟଙ୍କା ବୃଦ୍ଧି ପରିଲକ୍ଷିତ ହୋଇଛି ।
ଘରୋଇ ବଜାରରେ ରୁପାର ଦାମ ହ୍ରାସ ପାଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ କିନ୍ତୁ ଦାମ ବୃଦ୍ଧି ପାଇଛି । ସୋମବାର ଭୁବନେଶ୍ବରରେ ରୁପାର ଦାମ କିଲୋ ପିଛା ୭୩,୩୦୦ ଟଙ୍କା ରହିଛି । ରବିବାର ତୁଳନାରେ ସୋମବାର ରୁପାର ଦାମ କିଲୋ ପିଛା ୮୦୦ ଟଙ୍କା ବୃଦ୍ଧି ପାଇଛି ।ଗତ ୮ ମାସ ମଧ୍ୟରେ ଦେଶରେ ସୁନା ଏବଂ ରୁପାର ଦାମ ନ୍ୟୁନତମ ସ୍ତରରେ ପହଞ୍ଚିଛି । ଯାହା ଫଳରେ ସୁନା ଏବଂ ରୁପା କ୍ରୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବକାରୀ ଶୁଳ୍କ କମାଯିବା ଫଳରେ ଦେଶରେ ସୁନା ଓୁ ରୁପା ଦାମ ହ୍ରାସ ପାଇଛି । ଅନ୍ତର୍ଜାତୀୟ ମାର୍କେଟ୍ରେ ସୁନା ଏବଂ ରୁପାର ଦାମ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେଣୁ ଯଦି ଦାମ ବୃଦ୍ଧି ପାଏ ତେବେ ନିବେଶ ମଧ୍ୟ ବୃଦ୍ଧି ପାଇପାରେ ।