
ରାସ୍ତା ଘାଟ, ଦୋକାନବଜାର, ବାହାଘର ହେଉ କି ଶ୍ରାଦ୍ଧ ଘର, ଅଫିସ ହେଉ କି ହସ୍ପିଟାଲ ସବୁଠି ଢିଲା ପରିସ୍ଥିତି। କରୋନାକୁ ଯେପରି କାହାର ଭୟ ନାହିଁ। ବଲାଙ୍ଗୀର ଜିଲ୍ଲାର କରୋନା ଅନେକ ଧନଜୀବନ ନଷ୍ଟ କରିଛି । କିନ୍ତୁ ତାପରେ ବି କେହି ସତର୍କତା ଅବଲମ୍ବନ କରୁନାହାନ୍ତି ।
ରାସ୍ତାରେ ଲୋକେ ବେଫିକର ହୋଇ ବୁଲୁଛନ୍ତି । ନା ମୁହଁରେ ଅଛି ମାସ୍କ , ନା ରହିଛି ସାମାଜିକ ଦୂରତା । ସମଗ୍ର ଜିଲ୍ଲାରେ ଏଭଳି ପରିସ୍ଥିତି । ହେଲେ ଏଥିପ୍ରତି ପ୍ରଶାସନ କିମ୍ବା ପୋଲିସ ବାବୁଙ୍କର ଧ୍ୟାନ ନାହିଁ । କା ଭାଁ ଚେକିଂ ଚାଲିଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।