Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ଦେଶରେ ୪୧, ୧୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୭ ହଜାର ୯୮୭ ରହିଛି ।

ଗତ ଦୁଇ ଦିନ ହେବ ଦେଶରେ ସର୍ବାଧିକ ୯୭.୪୫ ପ୍ରତିଶତ ସୁସ୍ଥତା ହାର ସ୍ଥିର ରହିଛି । ୨୪ ଘଣ୍ଟାରେ ୩୯,୦୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୧୨ ଲକ୍ଷ ୬୦ ହଜାର ୫୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଯାହା ଏକ ଆଶ୍ୱସ୍ତିକର କଥା ।
ଗତ ୨୪ ଘଣ୍ଟାରେ ଦେଶରେ ୪୧, ୧୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୭ ହଜାର ୯୮୭ ରହିଛି ।
ଏହାସହ ଦେଶରେ ୪୯୦ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୯ ହଜାର ୬୬୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୨୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ରହିଛି । ଦେଶରେ ମୋଟ ୫୨କୋଟି ୩୬ ଲକ୍ଷ ୭୧ ହଜାର ୧୯ ଜଣ ଲୋକ କରୋନା ଟିକା ନେଇସାରିଲେଣି । ଅନ୍ୟପକ୍ଷରେ ଟିକାକରଣ ଅଭିଯାନରେ ଦେଶ ଆଗେଇଛି । କୋଭାକ୍ସିନ୍‌ ଓ କୋଭିସିଲ୍‌ଡ ଟିକାର ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ୍‌ ରହୁଥିବାବେଳେ ଶରୀରରେ ଅଧିକ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି । ଏଣୁ ଏହାକୁ ନଜରରେ ରଖି କରୋନା ଟିକାକରଣ କାର୍ଯ୍ୟକ୍ରମର ଏହି ଦୁଇଟି ମୁଖ୍ୟ ଟିକା ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମତି ଦେଇଛନ୍ତି ।

Show More

Related Articles

Back to top button