Breaking PLUSଓଡ଼ିଶାମୁଖ୍ୟ ଖବର
ପାକିସ୍ତାନ ଉପରେ ଟ୍ରେଡ ଷ୍ଟ୍ରାଇକ୍, ଆମଦାନୀ ବନ୍ଦ

ନୂଆଦିଲ୍ଲୀ- ପହଲଗାଓଁ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର । ଏନେଇ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଭାରତ ପାକିସ୍ତାନରୁ ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଆମଦାନୀକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରିଛି । ବିଜ୍ଞପ୍ତିରେ କୁହାଯାଇଛି ଯେ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧକର ଯେକୌଣସି ବ୍ୟତିକ୍ରମ ପାଇଁ ଭାରତ ସରକାରଙ୍କ ଅନୁମୋଦନ ଆବଶ୍ୟକ ହେବ ।