ଦେଶଦେଶ ବିଦେଶସ୍ୱତନ୍ତ୍ର

ଋଷ-ୟୁକ୍ରେନ ସଂଘର୍ଷର ପରିସ୍ଥିତିକୁ ନେଇ ସ୍ଥିତି ସ୍ପଷ୍ଟ କଲା ଭାରତ, ପୁରା ବିଶ୍ୱ ଶୁଣିଲା ଭାରତର ବାର୍ତ୍ତା

ଋଷ-ୟୁକ୍ରେନ ଯୁଦ୍ଧକୁ ଦୀର୍ଘଦିନ ପୁରିଥିଲେ ମଧ୍ୟ ଏହା ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ସମଗ୍ର ବିଶ୍ୱ ଉପରେ ପଡିଛି ଏହି ଯୁଦ୍ଧର ପ୍ରଭାବ । ତେବେ ଏହାରି ମଧ୍ୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ସଂଘର୍ଷର ବର୍ତ୍ତମାନ ପରିସ୍ଥିତିକୁ ନେଇ ଭାରତ ସ୍ଥିତି ସ୍ପଷ୍ଟ କରିଛି । ଏହି ସ୍ଥିତିକୁ ସ୍ପଷ୍ଟ କରିଛନ୍ତି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତର ଉପ ସ୍ଥାୟୀ ପ୍ରତିନିଧି ଆମ୍ବାସଡର ଆର ରବି ।

ୟୁକ୍ରେନ ସଙ୍କଟ ଉପରେ ସୁରକ୍ଷା ପରିଷଦର ବିବୃତ୍ତି ସମୟରେ ଆମ୍ବାସଡର ଆର ରବୀନ୍ଦ୍ର କହିଛନ୍ତି ଯେ, ଆର୍ଥିକ ସଙ୍କଟ ସମୟରେ ଆମେ ଆମର କିଛି ପଡ଼ୋଶୀ ଦେଶଙ୍କୁ ଆର୍ଥିକ ସହାୟତା ସହ ୟୁକ୍ରେନକୁ ମାନବୀୟ ସହାୟତା ପ୍ରଦାନ କରୁଛୁ । ଏହା ସହ ସେ କହିଛନ୍ତି ଯେ, ଭୋଜନ, ଇନ୍ଧନ, ଏବଂ ଉର୍ବରକର ବଢ଼ୁଥିବା ଦାମ୍ ୟୁକ୍ରେନ ଋଷର ଯୁଦ୍ଧର ହିଁ ପରିଣାମ । ଏହି ବୟାନ ଦେଇ ଭାରତ ପୁଣି ଥରେ ସ୍ପଷ୍ଟ କରିଛି ଯେ ୟୁକ୍ରେନ ଯୁଦ୍ଧ ପାଇଁ ଭାରତର ଦୃଷ୍ଟିକୋଣ ଜନହିତକର। ଭାରତ ନିକଟରେ ୟୁକ୍ରେନକୁ ମାନବିକ ସହାୟତା ପଠାଇଛନ୍ତି ।

 

Show More

Related Articles

Back to top button