Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସ୍କେଟିଂରେ ଭାରତକୁ ଦୁଇ ପଦକ

ଭାରତ ଏସୀୟ ଗେମ୍ସର ନବମ ଦିନ ୨ ଅକ୍ଟୋବରରେ ରୋଲର ସ୍କେଟିଂରେ ପଦକ ଜିତିଛି। ମହିଳା ସ୍ପିଡ ସ୍କେଟିଂ ୩୦୦୦ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ଏହି ପଦକ ପାଇଛି। ଭାରତୀୟ ପୁରୁଷ ଦଳ ମଧ୍ୟ ସ୍ପିଡ ସ୍କେଟିଂ ୩୦୦୦ ମିଟର ରିଲେ ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି।

ସଞ୍ଜନା, କାର୍ତ୍ତିକା, ହିରାଲ ଏବଂ ଆରତୀଙ୍କ ଦଳ ଭାରତ ପାଇଁ ସୋମବାର ପ୍ରଥମ ପଦକ ଜିତିଥିଲେ। ଭାରତୀୟ ମହିଳା ଦଳ ସ୍ପିଡ ସ୍କେଟିଂ ୩୦୦୦ ମିଟର ରିଲେ ଦୌଡ଼ରେ ୪ ମିନିଟ ୩୪.୮୬ ସେକେଣ୍ଡ ନେଇ ତୃତୀୟ ସ୍ଥାନ ଅଧିକାର କରିଛି । ଏହିପରି ଭାବରେ ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଥିଲେ।

ଭାରତୀୟ ମହିଳା ଦଳର ଏହି ପ୍ରଦର୍ଶନର କିଛି ସମୟ ପରେ ପୁରୁଷ ଦଳ ସ୍ପିଡ ସ୍କେଟିଂ ୩୦୦୦ ମିଟର ରିଲେ ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲେ। ଆର୍ଯ୍ୟନ ପାଲ, ଆନନ୍ଦ କୁମାର, ସିଦ୍ଧନ୍ତ ଏବଂ ବିକ୍ରମଙ୍କ କ୍ୱାର୍ଟେଟ ୪ ମିନିଟ ୧୦.୧୨୯୮ ସେକେଣ୍ଡ ସମୟ ସହିତ ଏହି ପଦକ ଜିତିଛି ।

Show More

Related Articles

Back to top button