ଦେଶ ବିଦେଶ

ଆଫଗାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତର ସହିତ ଉଦ୍ଧାର କରିବା ପାଇଁ ତାଲିବାନ ସହ କଥା ବାର୍ତ୍ତା ହେଲା ଭାରତ

ଆଫଗାନିସ୍ତାନକୁ କବଳିତ କରିଥିବା ତାଲିବାନ ସହ କଥାବାର୍ତ୍ତା ଆରମ୍ଭ କରିଛି ଭାରତ । ଆଜି ଆମେରିକା ସୈନ୍ୟ କାବୁଲ ଏୟାରପୋର୍ଟ ଖାଲି କରିଦେବା ପରେ ସେଠାରେ ଫସିଥିବା ଭାରତୀୟଙ୍କୁ କେମିତି ଉଦ୍ଧାର କରାଯିବ, ତା’ହା ଏବେ ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଆଫଗାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତର ସହିତ ଉଦ୍ଧାର କରିବା ପାଇଁ ଆଜି ଭାରତ ସରକାର ତାଲିବାନ ସହ କଥା ବାର୍ତ୍ତା ହୋଇଛନ୍ତି । ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କତାର୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଆଜି ଦୋହାରେ ତାଲିବାନର ରାଜନୀତିକ ଅଫିସର ମୁଖ୍ୟ ଶେର ମହମ୍ମଦ ଆବ୍ବାସ ଷ୍ଟାନେକଜାଇଙ୍କୁ ଭେଟିଛନ୍ତି।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଓ ଶୀଘ୍ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସେ ତାଲିବାନ ନେତା ଷ୍ଟାନେକଜାଇଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଆଫଗାନିସ୍ତାନର ମାଟି ଯେମିତି ଭାରତ ବିରୋଧରେ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସପକ୍ଷରେ ବ୍ୟବହାର ନ ହେବେ, ସେ ସମ୍ପର୍କରେ ମଧ୍ୟ ଶ୍ରୀ ମିତ୍ତଲ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ସବୁ କଥା ଶୁଣିବା ପରେ ଏହି ପ୍ରସଙ୍ଗକୁ ସକାରାତ୍ମକ ଦୃଷ୍ଟି କୋଣରେ ବିଚାର କରାଯିବ ବୋଲି ତାଲିବାନର ପ୍ରତିନିଧି ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆଫଗାନରେ ଫସିଥିବା ଭାରତୀୟ ଶୀଘ୍ର ଉଦ୍ଧାର ହେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Show More

Related Articles

Back to top button