ଖେଳ
ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ଆଜି ଦକ୍ଷିଣ ଆଫ୍ରିକାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ସେଞ୍ଚୁରିଅନ୍ସ୍ଥିତ ସୁପରସ୍ପୋଟ୍ସ ପାର୍କରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ମଧ୍ୟାହ୍ନ ବିରତି ସୁଦ୍ଧା ଭାରତ କୌଣସି ୱିକେଟ୍ ନହରାଇ ବିରାଟ କୋହଲିଙ୍କ ଟିମ୍ ୮୩ ରନ୍ କରିଛି ।
ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ମୟଙ୍କ ଅଗରଓ୍ଵାଲ ଓପନିଂ ଆରମ୍ଭ କରିଛନ୍ତି । ଏହି ଦୁଇଜଣ ଚମତ୍କାର ବ୍ୟାଟିଂ କରି ୨୮ ଓଭର ଖେଳ ଶେଷ ସୁଦ୍ଧା ୮୩ ରନ୍ ଯୋଡିଛନ୍ତି ।
ଲୋକେଶ ରାହୁଲ ୮୪ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୨୯ ରନ କରିଛନ୍ତି । ସେହିପରି ମୟଙ୍କ ଅଗ୍ରଓ୍ଵାଲ ୮୪ଟି ବଲ୍ର ସାମ୍ନା କରି ୪୬ ରନ କରି ବ୍ୟାଟିଂ କରୁଛନ୍ତି । ଦକ୍ଷିଣ ଆଫ୍ରିକା ବୋଲରମାନେ ଭାରତକୁ ଅତିରିକ୍ତ ୮ ରନ୍ ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ୪ ଜଣ ବୋଲର୍ ନିୟୋଜିତ କରିଥିଲେ ମଧ୍ୟ ସେମାନେ ଭାରତର କୌଣସି ଓ୍ଵିକେଟ୍ ନେଇପାରି ନାହାନ୍ତି ।