Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

107 ପଦକ ସହ ଏସୀୟ କ୍ରୀଡାରେ ଭାରତର ଅଭିଯାନ ଶେଷ

ହାଙ୍ଗଝୋ- 19ତମ ଏସୀୟ କ୍ରୀଡାରେ 107ଟି ପଦକ ସହ ଭାରତ ନିଜର ଏହି ଐତିହାସିକ ଅଭିଯାନ ଶେଷ କରିଛି । ଏହାପୂର୍ବରୁ ଭାରତ କୌଣସି ଏସୀୟ ଖେଳରେ କେବେ ବି ଶହେ ପଦକ ହାସଲ କରିନଥିଲା । ଗତ 72 ବର୍ଷରେ ପ୍ରଥମ ଥର ପାଇଁ ଭାରତ ଏସୀୟ କ୍ରୀଡାରେ ଶହେରୁ ଅଧିକ ପଦକ ଜିତିଛି । ଭାରତୀୟ ଟିମ୍ 107 ପଦକ ଜିତିଥିବା ବେଳେ ଏଥିରେ 28ଟି ସ୍ୱର୍ଣ୍ଣ, 38ଟି ରୌପ୍ୟ ଓ 41ଟି କାଂସ୍ୟ ପଦକ ରହିଛି । ଆଥଲେଟିକ୍ସରେ ଭାରତ ସର୍ବାଧିକ 29ଟି ପଦକ ଜିତିଥିବା ବେଳେ ଏଥିରେ 6ଟି ସ୍ୱର୍ଣ୍ଣ ପଦକ, 14ଟି ରୌପ୍ୟ ପଦକ ଓ 9ଟି କାଂସ୍ୟ ପଦକ ରହିଛି । ଏହାପରେ ଭାରତ ଶୁଟିଂରେ 22ଟି ପଦକ ଜିତିଛି, ଏଥିରେ 7ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଓ 6ଟି କାଂସ୍ୟ ପଦକ ରହିଛି ।
ସେହିପରି ତୀରନ୍ଦାଜୀରେ ଭାରତ 9ଟି ପଦକ ଜିତିଥିବା ବେଳେ ଏଥିରେ 5ଟି ସ୍ୱର୍ଣ୍ଣ, 2ଟି ରୌପ୍ୟ, କୁସ୍ତିରେ 6ଟି ପଦକରୁ ଗୋଟିଏ ରୌପ୍ୟ ଓ 5ଟି କାଂସ୍ୟ, କ୍ରିକେଟରେ 2ଟି ସ୍ୱର୍ଣ୍ଣ, କବାଡିରେ 2ଟି ସ୍ୱର୍ଣ୍ଣ, ହକିରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ, ରୋଇଂରେ 2ଟି ରୌପ୍ୟ ଓ 3ଟି କାଂସ୍ୟ, ସ୍କ୍ୱାସରେ 2ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଦୁଇଟି କାଂସ୍ୟ, ବକ୍ସିଂରେ ଗୋଟିଏ ରୌପ୍ୟ, 4ଟି କାଂସ୍ୟ, ସେଲିଂରେ ଗୋଟିଏ ରୌପ୍ୟ, 2ଟି କାଂସ୍ୟ, ଘୋଡା ଚଢିବାରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ କାଂସ୍ୟ, ୱୁସୁରେ ଗୋଟିଏ ରୌପ୍ୟ, ଟେନିସରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗଲ୍ଫରେ ଗୋଟିଏ ରୌପ୍ୟ, ବ୍ୟାଡମିଣ୍ଟନରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ, ରୋଲର ସ୍କେଟିଂରେ ଦୁଇଟି କାଂସ୍ୟ, ଟେବୁଲ ଟେନିସରେ ଗୋଟିଏ କାଂସ୍ୟ, କୌନେଇରେ ଗୋଟିଏ କାଂସ୍ୟ, ସେପକଟକ୍ରାରେ ଗୋଟିଏ କାଂସ୍ୟ, ବ୍ରିଜରେ ଗୋଟିଏ ରୌପ୍ୟ ଓ ଚେସରେ ଦୁଇଟି ରୌପ୍ୟ ପଦକ ହାସଲ କରିଛି ଭାରତ ।

Show More

Related Articles

Back to top button