Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବର

ଭାରତର କ୍ଲିନ ସୁଇପ୍, ପାକ୍ ଧରାଶାୟୀ

କଲମ୍ବୋ : ଏସିଆ କପ୍‌ର ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ବିପୁଳ ବିଜୟ ହାସଲ କରିଛି ଭାରତ। ସୋମବାର ଅତିରିକ୍ତ ଦିବସରେ ପାକିସ୍ତାନକୁ ୨୨୮ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତୀୟ ଦଳ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରି ଏହି ସହଜ ବିଜୟ ହାସଲ କରିଛି। ମ୍ୟାଚ୍‌ର ୨ୟ ତଥା ଅତିରିକ୍ତ ଦିବସରେ ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ଅପରାଜିତ ଶତକ ହାସଲ କରିବାରୁ ଭାରତ ୨ ୱିକେଟରେ ୩୫୬ ରନ୍‌ର ସ୍କୋର୍‌ ଛିଡ଼ା କରିଥିଲା। ଏହି ବିଶାଳ ସ୍କୋର୍‌ର ପିଛାକରି ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଛତ୍ରଭଙ୍ଗ ଦେଇଥିଲେ। କୁଲଦୀପ ଯାଦବ ପାକିସ୍ତାନୀଙ୍କୁ ସ୍ପିନ୍ ଜାଲରେ ଛନ୍ଦି ୫ଟି ୱିକେଟ ନେଇଥିଲେ। ଭାରତୀୟ ବୋଲର ନିୟମିତ ୱିକେଟ ନେଇ ପାକିସ୍ତାନ ଉପରେ ଚାପ ବଜାୟ ରଖିଥିଲେ। ୩୨ ଓଭରରେ ପାକିସ୍ତାନର ଇନିଂସ ୧୨୮ ରନ୍‌ରେ ଶେଷ ହୋଇଥିଲା। ଆହତ ଥିବା ପାକିସ୍ତାନର ଶେଷ ୨ ବ୍ୟାଟ୍‌ସମ୍ୟାନ୍ ହାରିସ୍ ରୌଫ୍‌ ଓ ନସିମ୍ ଶାହା ବ୍ୟାଟିଂ କରିବାକୁ ଆସିନଥିଲେ।

ପାକିସ୍ତାନ ୩୫୭ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିବା ପରେ ଏହାର ଓପ୍‌ନର ଧିମା ବ୍ୟାଟିଂ କରିଥିଲେ। ଇମାମ୍-ଉଲ୍‌-ହକ୍‌ ୧୮ ବଲ୍‌ରୁ ମାତ୍ର ୯ ରନ୍‌କରି ଯଶପ୍ରୀତ ବୁମ୍‌ରାଙ୍କ ପ୍ରଥମ ଶିକାର ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଥମ ଓଭରରେ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ। ବାବର ୨ଟି ଚୌକା ସହ ୧୦ ରନ୍‌ କରି ପାରିଥିଲେ। ସାର୍ଦୁଳ ଠାକୁର ମଧ୍ୟ ତାଙ୍କ ପ୍ରଥମ ଓଭର​‌େ​‌ର ୱିକେଟ ପାଇଥିଲେ।

୯୬ ରନ୍‌ରେ ପାକିସ୍ତାନ ୫ଟି ୱିକେଟ ହରାଇବା ପରେ ମ୍ୟାଚ୍‌କୁ ଫେରିବା କଷ୍ଟକର ହୋଇ ଯାଇଥିଲା। ଇଫ୍‌ତିକାର ଅହମ୍ମଦ ୩୫ ବଲ୍‌ରୁ ୨୩ ରନ୍‌ କରିଥିଲେ। ସଦ୍ଦାବ ଖାଁ ୬ ଓ ଫହିମ୍ ଅସ୍ରଫ୍ ୪ ରନ୍‌ କରିଥିଲେ। କୁଲଦୀପ ଯାଦବ ମାତ୍ର ୨୫ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ।

Show More

Related Articles

Back to top button