
ଅରୁଣାଚଳ ପ୍ରଦେଶର ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେରେ ଭାରତ ଓ ଚୀନ ସେନା ଧସ୍ତାଧସ୍ତି । ଫଳରେ ଦୁଇ ପକ୍ଷର କିଛି ସୈନିକ ଆହତ ହୋଇଛନ୍ତି । ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଡକାଯାଇଥିଲା ।କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ଘଟଣା ୯ ଡିସେମ୍ବର ୨୦୨୨ରେ ଘଟିଥିଲା । ଖବର ଅନୁସାରେ, ଚୀନ ସେନା ଏଲଏସି ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ । ଚୀନ ସେନାଙ୍କ ଏଭଳି କାମର କଡ଼ା ଜବାବ ଦେଇଥିଲେ ଭାରତୀୟ ସେନା । ଏହାରି ମଧ୍ୟରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ, ଫଳରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଥିଲେ ।