ଦେଶ ବିଦେଶସ୍ୱତନ୍ତ୍ର

ଭାରତୀୟ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଆଡଭାଇଜରୀ

ତୁରନ୍ତ ୟୁକ୍ରେନ୍‌ ଛାଡନ୍ତୁ ଭାରତୀୟ ନାଗରିକ । ଏନେଇ ଆଡଭାଇଜରୀ ଜାରି କରିଛି ଭାରତୀୟ ଦୂତାବାସ । କାରଣ ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେବାକୁ ଯାଉଛି । ତେଣୁ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଅତିଶୀଘ୍ର ଦେଶ ଛାଡିବା ପାଇଁ କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ।

ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ବର୍ତ୍ତମାନ ପରିସ୍ଥିତିରେ  ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ୟୁକ୍ରେନରେ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଦେଖି ଭାରତୀୟମାନଙ୍କୁ ୟୁକ୍ରେନ୍‌ ଆସିବାକୁ ମନା କରାଯାଉଛି । ଯେଉଁ ଭାରତୀୟ ନାଗରିକ ଯଥା ଛାତ୍ରଛାତ୍ରୀମାନେ ୟୁକ୍ରେନରେ ରହିଛନ୍ତି ସେମାନେ ତୁରନ୍ତ ଦେଶ ଛାଡ଼ି ଚାଲିଯାଆନ୍ତୁ ।

Show More

Related Articles

Back to top button