ଖେଳ
ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇପାରେ !

ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ବୁଧବାର ଦିନ ଭାରତୀୟ ଦଳ ଘୋଷଣା ହୋଇପାରେ । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରତି ହୋଇ ଦଳ ଚୟନ କରିବେ । ଇଂଲଣ୍ଡରେ ଥିବା ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ସହ ବିଚାର ବିମର୍ଷ କରି ଚୟନ କମିଟି ଦଳ ପ୍ରସ୍ତୁତ କରିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ମଧ୍ୟ ବୈଠକରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଚୟନ କମିଟି ୧୮ କିମ୍ବା ୨୦ ଜଣିଆ ଦଳ ଚୟନ କରିବା ଆଶା କରାଯାଉଛି । କରୋନାକୁ ଆଖି ଆଗରେ ରଖି ବିଶାଳ ଦଳ ଚୟନ କରିବାକୁ ଯୋଜନା କରାଯାଉଛି । ଆଇସିସି ନିୟମ ଅନୁଯାୟୀ ପ୍ରତ୍ୟେକ ଦେଶ ଖେଳାଳି, କୋଚ୍, ସହକାରୀ ସଦସ୍ୟଙ୍କୁ ନେଇ ମୋଟ୍ ୩୦ ଜଣିଆ ଦଳ ଗଢି ପାରିବେ। ୩୦ରୁ ଅଧିକ ସଦସ୍ୟ ରହିଲେ ବାକି ସଦସ୍ୟଙ୍କ ଖର୍ଚ୍ଚ ଉକ୍ତ ବୋର୍ଡ ବହନ କରିବ ।