22 ବର୍ଷ ପରେ ପ୍ରଥମ ଥର ୟୁକେ ଗସ୍ତ କରିବେ ଭାରତର ପ୍ରତିରକ୍ଷାମନ୍ତ୍ରୀ
ଜାନୁୟାରୀ 8ରେ ପ୍ରତିନିଧିମଣ୍ଡଳୀଙ୍କ ସହ ଗସ୍ତ କରିବେ ରାଜନାଥ
ନୂଆଦିଲ୍ଲୀ, 7 ଜାନୁଆରୀ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାନୁୟାରୀ 8 ତାରିଖରେ ଦୁଇ ଦିବସୀୟ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ଗସ୍ତରେ ଯିବେ । ରାଜନାଥଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଯିବେ, ଯେଉଁମାନେ କି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ), ସେବା ମୁଖ୍ୟାଳୟ, ରକ୍ଷା ବିଭାଗ ଏବଂ ରକ୍ଷା ଉତ୍ପାଦନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ରହିବେ । ରାଜନାଥ ସିଂହଙ୍କ ୟୁକେ ଗସ୍ତ ଅନେକ ଦିଗରେ ଗୁରୁତ୍ୱପୂର୍ଣ୍ଣ, କାହିଁକିନା 22 ବର୍ଷରେ କୌଣସି ଭାରତୀୟ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ ।
ନିଜ ଗସ୍ତ ସମୟରେ ପ୍ରତିରକ୍ଷାମନ୍ତ୍ରୀ ୟୁନାଇଡେଟ୍ କିଙ୍ଗଡମର ପ୍ରତିରକ୍ଷା ରାଜ୍ୟ ସଚିବ ଗ୍ରାଣ୍ଟ ଶାପ୍ସଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିବେ । ତାଙ୍କ ସହିତ ପ୍ରତିରକ୍ଷା,ସୁରକ୍ଷା ଏବଂ ଉଦ୍ୟୋଗିତ ସହଯୋଗର ବ୍ୟାପକ ବିଷୟ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିବା ଏବଂ ବିଦେଶ, ରାଷ୍ଟ୍ରମଣ୍ଡଳ ଏବଂ ବିକାଶ ମାମଲାର ରାଜ୍ୟ ସଚିବ ଡେଭିଡ କ୍ୟାମେରନଙ୍କ ସହ ବୈଠକ କରିବାର ସମ୍ଭାବନା ମଧ୍ୟ ରହିଛି ।