
ବିଶ୍ୱରେ ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ଗୁଡ଼ିକର କିଛି ଖାସ୍ ମାହାତ୍ମ୍ୟ ପାଇଁ ଜଣାଶୁଣା । ସେ ହିନ୍ଦୁ ଦେଶ ହେଉ ଅବା ମୁସଲିମ୍ ଦେଶ । ଭଗବାନ ସମସ୍ତଙ୍କର, କେବଳ ଭକ୍ତି ଆବଶ୍ୟକ । ସେଥିପାଇଁ କୁହାଯାଏ ଭକ୍ତି ହିଁ ଭଗବାନ । ଭଗବାନଙ୍କ ପୂଜାରେ ସ୍ଥାନ କେବେ ବାଧକ ସାଜିପାରେନା । ଏଇ ଯେମିତି ଇଣ୍ଡୋନେସିଆ । ମୁସଲମାନଙ୍କ ଦେଶ ଇଣ୍ଡୋନେସିଆରେ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏତେ ବଡ ମୂର୍ତ୍ତି ଭାରତରେ ମଧ୍ୟ ନାହିଁ, ଯେଉଁଠାରେ ହିନ୍ଦୁମାନଙ୍କର ଜନସଂଖ୍ୟା ସର୍ବାଧିକ। ଏହି ପ୍ରତିମୂର୍ତ୍ତି ଇଣ୍ଡୋନେସିଆର ବାଲି ଦ୍ୱୀପରେ ଥିବା କିନକାନା ପାର୍କରେ ରହିଛି। ଏହି ପ୍ରତିମାଟି ୧୨୨ ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡା। ଏହି ପ୍ରତିମା ତମ୍ବା ଓ ପିତ୍ତଳରେ ନିର୍ମିତ। ବୋଲି କୁହାଯାଏ । ଏହାକୁ ତିଆରି କରିବାକୁ ପ୍ରାୟ ୨୪ ବର୍ଷ ସମୟ ଲାଗିଥିଲା ଏବଂ ଏହା ୨୦୧୮ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଭଗବାନ ବିଷ୍ଣୁ ଗରୁଡ ଉପରେରେ ବସିଛନ୍ତି। ଏହା ଏତେ ମନୋରମ ଯେ, ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକ ଆସନ୍ତି। ଭକ୍ତଙ୍କ ସମାଗମରେ ଏହାର ଆଖପାଖ ଆହୁରି ପ୍ରଜ୍ୱଳିତ ହୋଇଉଠେ । ୧୬ ବର୍ଷର ଯୋଜନା ପରେ, ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏହାକୁ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।