
ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ରାଜ୍ୟରେ ୧୦୦ ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୫ ଓ କଟକରୁ ୨୧ ସଂକ୍ରମିତ ରହିଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ବର୍ଗରେ ରହିଛନ୍ତି ୧୫ ଜଣ। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୧୭କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୯ହଜାର ୪୪୧କୁ ବୃଦ୍ଧି ପାଇଛି।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫, କଟକରୁ ୨୧, ଷ୍ଟେଟପୁଲରୁ ୧୪, ସୁନ୍ଦରଗଡ଼ରୁ ୬, ସମ୍ବଲପୁରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୪୪୧କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୫୧୭ ଥିବା ବେଳେ ୧୨,୭୯,୭୪୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୯୩। ୨୭ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍। ଆକ୍ଟିଭ କେସ୍ ୯୬ହଜାର ୭୦୦କୁ ବୃଦ୍ଧି ପାଇଛି।