Breaking PLUSଓଡ଼ିଶାପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର
ଆଜି ଯାଞ୍ଚ ହେବ ଶ୍ରୀମନ୍ଦିରର ଗର୍ଭଗୃହ

ପୁରୀ : ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏସ୍ଆଇର ବୈଷୟିକ ଟିମ୍। ଯାଞ୍ଚ ହେବ ଶ୍ରୀମନ୍ଦିରର ଗର୍ଭଗୃହ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ। ତେବେ ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୁପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିବ ଟିମ। ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ। କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ମଧ୍ୟ ସାମିଲ।