Breaking PLUSଓଡ଼ିଶାମୁଖ୍ୟ ଖବର

ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ୱର, 9 ଏପ୍ରିଲ- ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗିରଫ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା , ୧.୮୧ କୋଟିର ବ୍ୟାଙ୍କ ଡିପୋଜିଟ୍‌ ସହ ୩୫୦ ଗ୍ରାମ ସୁନା ଠାବ ହୋଇଥିଲା।  ବହୁତଳ କୋଠା ସହ ୮ଟି ପ୍ଲଟ୍ , ଗୋଟିଏ ଫାର୍ମ ହାଉସ୍‌ ମଧ୍ୟ ଠାବ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁର ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ରେଡ୍‌ କରାଯାଇଥିଲା। ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ଆବାସିକ ୩ ମହଲା କୋଠା, ଯାଜପୁର ବଡଚଣାରେ ଥିବା ପୈତୃକ ଘର, ଢେଙ୍କାନାଳ ଦେଉଳା ସାହିରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵରରେ ଥିବା ତାଙ୍କ କାର୍ଯ୍ୟାଳୟ, ଢେଙ୍କାନାଳର ଭାପୁରରେ ଥିବା ଏକ ଦୁଇ ମହଲା କୋଠା ଏବଂ ଫାର୍ମ ହାଉସ, କଟକ ଜିଲ୍ଲା ଚାଉଳିଆଗଞ୍ଜର ନୟାବଜାରଠାରେ ଥିବା ତାଙ୍କ ନିକଟତମ ସହଯୋଗୀଙ୍କ ଘରେ ଛାନଭିନ୍ କରିଥିଲା ଭିଜିଲାନ୍ସ।

Show More

Related Articles

Back to top button