Breaking PLUSଓଡ଼ିଶାମୁଖ୍ୟ ଖବର
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସମେତ ୩ ମୃତ

ଉମରକୋଟ: ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସମେତ ୩ ମୃତ । କୁର୍ସି ଗ୍ରାମ ଉପରପାରା ଠାରେ ଗାଧୋଇବାକୁ ଯାଇ ଘଟିଛି ଏଭଳି ଅଘଟଣ । ଦୁଇ ଜଣଙ୍କ ବୟସ ୬ ବର୍ଷ, ଜଣଙ୍କର ବୟସ ୫ ବର୍ଷ ବୋଲି ଜଣାପଡିଛି ।
ପୋଖରୀରେ ବୁଡି ୩ ନାବାଳିକା ମୃତ। ଦୁଇ ନାବାଳିକା ଭଉଣୀଙ୍କ ସମେତ ଜଣେ ସାଙ୍ଗର ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକ କୁର୍ସି ଗାଁ ଉପରପାରାରେ। ୩ ଜଣ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣବଶତଃ ବୁଡି ଯାଇଥିଲେ। ତେବେ ଦୁଇ ଜଣଙ୍କ ବୟସ ୬ ବର୍ଷ ହୋଇଥିବାବେଳେ ଜଣଙ୍କର ବୟସ ୫ ବର୍ଷ ବୋଲି ଜଣାପଡିଛି। ମୃତକ ମାନେ ରାଜମନ ଗଣ୍ଡଙ୍କ ଦୁଇ ଝି ଏବଂ ବାଲସାଇ ଗଣ୍ଡଙ୍କ ଝିଅ ବୋଲି ସୂଚନା ମିଳିଛି।



