Breaking PLUSଦେଶମୁଖ୍ୟ ଖବର

ଇସ୍ରୋର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ ମିଶନ ସଫଳ

ନୂଆଦିଲ୍ଲୀ- ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ସ୍ପେଶ୍‌ ଡକିଂ ଏକ୍ସପେରିମେଣ୍ଟ (ସ୍ପେଡେକ୍ସ) ମିଶନ ସଫଳ ହୋଇଛି। ମହାକାଶରେ ଭାରତ ପ୍ରଥମ ଥର ଲାଗି ଦୁଇଟି ସାଟେଲାଇଟ ବା ଉପଗ୍ରହକୁ ଡକିଂ କରାଇବାରେ ସଫଳତା ହାସଲ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରୋ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛି ଯେ, ଇସ୍ରୋ ଏହାର ସ୍ପେଡେକ୍ସ ମିଶନ ଜରିଆରେ ମହାକାଶରେ ଦୁଇଟି ଉପଗ୍ରହର ଡକିଂ କରାଇ ଐତିହାସିକ ସଫଳତା ହାସଲ କରିଛି। ଏହି ମୁହୂର୍ତ୍ତକୁ ନେଇ ଗର୍ବ ଅନୁଭବ ହେଉଛି।

Show More

Related Articles

Back to top button