ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ହେଙ୍ଗୁ,ଏପରି କରନ୍ତୁ ବ୍ୟବହାର
ଶରୀର ପାଇଁ ଅତ୍ୟନ୍ତ ଉପକାର ହୋଇଥାଏ ହେଙ୍ଗୁ । ଖାଦ୍ୟର ସ୍ୱାଦ ଦ୍ୱିଗୁଣ କରିବା ପାଇଁ ହେଙ୍ଗୁର ତଡ଼କା ଲଗାଯାଇଥାଏ । ପେଟ ପାଇଁ ମଧ୍ୟ ହେଙ୍ଗୁ ଭଲ ପ୍ରମାଣିତ ହୋଇଛି । ହେଙ୍ଗୁ ସହ ହେଙ୍ଗୁର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ତେବେ ହେଙ୍ଗୁର ଆହୁରି ଅନେକ ଉପକାରିତା ରହିଛି । ଆସନ୍ତୁ ଜାଣିବା ହେଙ୍ଗୁର ଅନ୍ୟ ଉପକାରିତା ବିଷୟରେ ।
-କୋଷ୍ଠକାଠିନ୍ୟ ଥିଲେ ରାତିରେ ଶୋଇବା ପୂର୍ବରୁ ପାଣିରେ ହେଙ୍ଗୁ ପାଉଡର ଗୋଳାଇ ପିଅନ୍ତୁ ।
-ଭୋକ ଲାଗୁନଥିଲେ ଖାଇବା ପୂର୍ବରୁ ହେଙ୍ଗୁକୁ ଘିଅରେ ଭାଜିଦିଅନ୍ତୁ । ସେଥିରେ ଅଦା ଏବଂ ଲହୁଣି ମିଶାଇ ଖାଇଲେ ଭୋକର ପରିମାଣ ବଢ଼ିଥାଏ ।
-ପାଦରେ କଣ୍ଟା ଫୁଟିଗଲେ ଏହାକୁ ବାହାରକୁ କାଢ଼ିବା ପାଇଁ ହେଲେ ସେହି ସ୍ଥାନରେ ହେଙ୍ଗୁର ପାଣିର ଲେପ ଲଗାନ୍ତୁ । ଆପେ ଆପେ କଣ୍ଟା ବାହାରକୁ ଚାଲିଆସିବ ।
-ଦାନ୍ତରେ ପୋକ ଲାଗିଥିଲେ ରାତିରେ ହେଙ୍ଗୁ ଲଗାଇ ଶୁଅନ୍ତୁ । ପୋକ ଆପେ ଆପେ ବାହାରିଯିବ ।
-ଶୀତ ଦିନେ ପ୍ରତିଦିନ ଏକ ଗ୍ଲାସ ହେଙ୍ଗୁ ପାଣି ପିଇଲେ ଥଣ୍ଡାକାଶ ସମସ୍ୟାରୁ ଦୂରେଇ ରହିବେ ।