Breaking PLUSଓଡ଼ିଶାମୁଖ୍ୟ ଖବର
ଜାନୁୟାରୀରେ ହେବନି ଦେହଥରା ଶୀତ

ଚଳିତ ମାସରେ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବା ସମ୍ଭାବନା ନାହିଁ। ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିପାରେ। ଫଳସ୍ବରୂପ ରାଜ୍ୟରେ ଶୀତ ପ୍ରକୋପ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ରାତି ତାପମାତ୍ରା ଜି.ଉଦୟଗିରିରେ ରାତି ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ରହିଛି। କିରେଇ ୯.୭, ଚିପିଲିମା ୧୦.୯, ସେମିଳିଗୁଡ଼ା ୧୦.୧, ଦାରିଙ୍ଗବାଡ଼ି ୧୧.୫, ଫୁଲବାଣୀ ୧୧, ସୁନ୍ଦରଗଡ଼ ୧୦.୭, କେନ୍ଦୁଝର ୧୨.୪, ଅନୁଗୋଳ ୧୩, ବାରିପଦା ୧୨.୬, ବାଲେଶ୍ବର ୧୩.୩, ଭୁବନେଶ୍ବର ୧୫.୨ ଏବଂ କଟକରେ ୧୬.୪ ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ଡିସେମ୍ବର ୨୯ରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୮.୪ ଡିଗ୍ରୀ ରେକର୍ଡ ହୋଇଥିଲା। ଦୁଇଦିନ ପରେ ଡିସେମ୍ବର ୩୧ ମଧ୍ୟରାତିରୁ ରାତି ତାପମାତ୍ରା କମିବା ଦ୍ବାରା ଜାନୁଆରୀ ୧ ସକାଳ ସାଢ଼େ ୫ଟାରେ ସେଠାରେ ତାପମାତ୍ରା ୧୧ଡିଗ୍ରୀ ରେକର୍ଡ ହୋଇଛି।