Breaking PLUSଦେଶମୁଖ୍ୟ ଖବର
ବଦ୍ରିନାଥ ଓ କେଦାରନାଥ ଧାମର ସୁରକ୍ଷାରେ ଆଇଟିବିପି ଯବାନ ନିୟୋଜିତ

ଗୋପେଶ୍ୱର, 18 ଡିସେମ୍ବର – କେଦାରନାଥ ଓ ବଦ୍ରିନାଥ ଧାମର ଦ୍ୱାର ବନ୍ଦ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ତିବ୍ବତ ସୀମା ପୋଲିସକୁ ଏଠାରେ ମୁତୟନ କରାଯାଇଛି । ଦୁଇଟି ଧାମରେ ଗୋଟିଏ ଗୋଟିଏ ପ୍ଲାଟୁନ ଯବାନ ମୁତୟନ କରାଯାଇଛି ।
ବିକେଟିସିର ମିଡିଆ ପ୍ରଭାରୀ ଡକ୍ଟର ହରିଶ ଗୌଡ କହିଛନ୍ତି ଯେ, ଗତବର୍ଷ ଶ୍ରୀ କେଦାରନାଥ ଧାମର ଗର୍ଭଗୃହକୁ ସ୍ୱର୍ଣ୍ଣ ଛାଉଣୀ ପରେ ଏବଂ ଦୁଇଟି ଧାମର ମାଷ୍ଟର ପ୍ଲାନ ଆଧାରରେ ବ୍ୟାପକ ଭାବେ ଚାଲିଥିବା ପୁନର୍ନିମାଣ କାର୍ଯ୍ୟ ଯୋଗୁ ଏଠାରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଏହାକୁ ଦେଖି ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ସୁରକ୍ଷାକୁ କଡାକଡି କରିବା ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ । ଭୌଗୋଳିକ ଦୃଷ୍ଟିକୋଣରୁ ଆଇଟିବିପି ଯବାନ ମୁତୟନ ଲାଗି ସେ ଦାବି କରିଥିଲେ । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଧାମର ସୁରକ୍ଷା ପାଇଁ ଆଇଟିବିପି ଯବାନ ମୁତୟନ କରାଯାଇଛି