ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରରାଜନୀତି

ପୁଣି ଜେଲ ଗଲେ ଜଗଦ୍ଦେବ

ଭୁବନେଶ୍ୱର : ପୁଣି ଜେଲ ଗଲେ ଜଗଦ୍ଦେବ । ଜାମିନ ଖାରଜ ହେବା ଯୋଗୁଁ ପୁଣି ଥରେ ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ଜେଏମଏଫସି କୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଅନ୍ତରୀଣ ଜାମିନରେ ଥିବା ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ ମେ’ ୨୩ ତାରିଖ ସୁଦ୍ଧା ତାଙ୍କୁ ଜେଲ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

 ମାର୍ଚ୍ଚ ୧୨ ପୌର ନିର୍ବାଚନ ସମୟରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ସାଧାରଣ ଲୋକଙ୍କ ସହ ପୋଲିସ୍ କର୍ମୀ ମଧ୍ୟ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମାର୍ଚ୍ଚ ୨୨ରେ ଗିରଫ କରାଯାଇଥିଲା । ମାର୍ଚ୍ଚ ୩୧ରେ ବାଣପୁର ଜେଏମଏଫସି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଓ ଏହାପରେ ସେ ଜେଲ ଯାଇଥିଲେ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କୋର୍ଟ କହିଥିଲେ, ତାଙ୍କ ଦେହ ଖରାପ ଥିଲେ, ସେ ଜେଲରେ ଥାଇ ଚିକିତ୍ସା ସୁବିଧା ନେଇପାରିବେ । କିନ୍ତୁ ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଆଉ ଜାମିନ ଦିଆଯାଇ ପାରିବ ନାହିଁ ।

Show More

Related Articles

Back to top button