Breaking PLUSଓଡ଼ିଶାମୁଖ୍ୟ ଖବର
ଟିଏମସିରୁ ଇସ୍ତଫା ଦେଲେ ଜୱାହାର ସରକାର
କୋଲକାତା- କୋଲକାତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଜୱାହାର ସରକାର । ଏହି କାରଣରୁ ସେ ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେବା ସହିତ ରାଜନୀତି ଛାଡ଼ିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଜଣାଇବା ସହିତ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।