Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି ଜଳକା ନଦୀର ଜଳସ୍ତର

ଭୁବନେଶ୍ୱର- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର ମଥାନୀ ଠାରେ ସକାଳ ୬ଟା ସୁଦ୍ଧା ଜଳସ୍ତର ୫.୯୮ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ତାହା କ୍ରମଶଃ ବୃଦ୍ଧି ପାଇ ୬.୪୯ମିଟରରେ ପ୍ରବାହିତ ହେଉଥିଲା। ମାତ୍ର ରାତି ୮ଟା ସୁଦ୍ଧା ବିପଦ ସଙ୍କେତ ୬.୫୦ ମିଟର ଅତିକ୍ରମ କରି ୬.୫୧ମିଟରରେ ଜଳ ପ୍ରବାହାତି ହେଉଛି। ତେବେ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଯାହା ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

Show More

Related Articles

Back to top button