Breaking PLUSଓଡ଼ିଶାମୁଖ୍ୟ ଖବର

ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ପ୍ରସ୍ତାବ ବିଧାନସଭାରେ ଗୃହୀତ

ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କରେ ବିଧାୟକମାନେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଗୃହୀତ ପ୍ରସ୍ତାବରେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ପ୍ରସ୍ତାବକୁ ଆଗତ କରିଥିବାବେଳେ ଏନ୍‌ସି ନେତା ତଥା ମନ୍ତ୍ରୀ ସାକିନା ମାସୁଦ ଏହାକୁ ସମର୍ଥନ କରିଥିଲେ।

Show More

Related Articles

Back to top button