Breaking PLUSଦେଶମୁଖ୍ୟ ଖବର
ଜମ୍ମୁକଶ୍ମୀରରେ ତୀବ୍ର ଶୀତ ଲହର

ଶ୍ରୀନଗର- ଜମ୍ମୁ କଶ୍ମୀରରେ ତୀବ୍ର ଶୀତଲହର ଅନୁଭୂତ ହେଉଛି । ଆଗାମୀ କିଛି ଦିନ ଯାଏ ଏଭଳି ପାଗ ଜାରି ରହିବ । ଏଭଳି ପାଗ କାରଣରୁ ଘାଟିରେ ତାପମାତ୍ରା ଶୂନ୍ୟରୁ ତଳକୁ ରହିଛି । କଶ୍ମୀର ସହିତ ଜମ୍ମୁରେ ବି ଶୀତ ଅନୁଭୂତ ହେଉଛି ।
ଶୀତକାଳୀନ ରାଜଧାନୀ ଜମ୍ମୁ ଗତ କିଛି ଦିନ ହେବ ଶ୍ରୀନଗରରୁ ଅଧିକ ଥଣ୍ଡା ରହିଛି । ବୁଧବାର ଏଠାରେ ଅଧିକତମ ତାପମାତ୍ରା 9ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ଜମ୍ମୁରେ ଘନ କୁହୁଡି ଆଚ୍ଛାଦିତ ହୋଇରହିଛି । ଫଳରେ ଶୀତ ଆହୁରି ବୃଦ୍ଧି ପାଇଛି । ଶ୍ରୀନଗର ସହରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 5.0 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । କାଜିଗୁଣ୍ଡରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 4.6 ଡିଗ୍ରୀ ସେଲସିୟମ, ଗୁଲମର୍ଗରେ ଶୂନ୍ୟରୁ ତଳକୁ 3.5 ଡିଗ୍ରୀ ସେଲସିୟସ, ଅନନ୍ତନାଗର ପହଲଗାମରେ ଶୂନ୍ୟରୁ ତଳକୁ 6.3 ଡିଗ୍ରୀ, କୋକରନାଗ ସହରରେ ତାପମାତ୍ରା ଶୂନ୍ୟରୁ ତଳକୁ 2.4 ଡିଗ୍ରୀ, କୁପୱାଡାରେ ଶୂନ୍ୟରୁ ତଳକୁ 5.3 ଢିଗ୍ରୀ ରେକର୍ଡ କରାଯାଇଛି ।