Breaking PLUSଦେଶମୁଖ୍ୟ ଖବର

ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ

ନୂଆଦିଲ୍ଲୀ- ଦେଶରେ ବଡ ଆତଙ୍କୀ ଷଡଯନ୍ତ୍ରକୁ ପଣ୍ଡ କରିଛି ଜମ୍ମୁକାଶ୍ମୀର ପୁଲିସ । ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୁଲିସ ହରିୟାଣାର ଫରିଦାବାଦ ଜିଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ଲକରରୁ ୩୦୦ କିଲୋ ବିସ୍ଫୋରକ ସାମଗ୍ରୀ ଆରଡିଏକ୍ସ ଏବଂ ଏକେ-୪୭ ସହ ଗୋଳାବାରୁଦ ଜବତ କରିଛି ।

ପୁଲିସ ପରିଦାବାଦରେ ପୁଲୱାମା ନିବାସୀ ଡାକ୍ତର ମୁଫାଜିଲ ଶକିଲଙ୍କୁ ଗିରଫ କରିଛି । ଅନ୍ୟ ଡାକ୍ତର ଫେରାର ହୋଇଛନ୍ତି । ପୂର୍ବରୁ ଜାମ୍ମୁ-କଶ୍ମୀର ପୁଲିସ ଅନନ୍ତନାଗର ବାସିନ୍ଦା ଡାକ୍ତର ଆଦିଲ ଅହମ୍ମଦ ରାଠରଙ୍କୁ ଗିରଫ କରିଥିଲା । ଯାହାଙ୍କ ସୂଚନା ଆଧାରରେ ଫରିଦାବାଦରେ ଚଢାଉ କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ତିନି ଜଣ ଡାକ୍ତରଙ୍କର ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ସମ୍ପର୍କ ରହିଛି ।

Show More

Related Articles

Back to top button