Breaking PLUSଦେଶମୁଖ୍ୟ ଖବର

ଭୋଟ ଦେଉଛି ଜମ୍ମୁ କଶ୍ମୀର

ଜାମ୍ମୁ : ଜାମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ୭ଟି ଜିଲାର ୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୩.୨୭ ଲକ୍ଷ ଭୋଟର ସେମାନଙ୍କ ମତଦାନ କରିବେ। ଏମାନଙ୍କ ମଧ୍ୟରେ ୧୧.୭୬ଲକ୍ଷ ପୁରୁଷ, ୧୧.୫୧ ଲକ୍ଷ ମହିଳା ଅଛନ୍ତି। ପ୍ରାୟ ୩୫ ହଜାର ପ୍ରବାସୀ କାଶ୍ମୀର ପଣ୍ଡିତ ଏହି ପର୍ଯ୍ୟାୟରେ ମତଦାନ କରିବେ। କାଶ୍ମୀର ପଣ୍ଡିତଙ୍କ ମତଦାନ ନିମନ୍ତେ ଜାମ୍ମୁରେ ୧୯, ଉଦ୍ଦାମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୯୦ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୨୧୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Show More

Related Articles

Back to top button