ଲାଇନଚ୍ୟୁତ ହେଲା ହାୱାଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଷ୍ଟେସନ ନିକଟ ଡଗରାସାହି ଲେବଲକ୍ରସିଂ ପାଖରେ । ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କ କହିବା ମୁତାବକ ଟ୍ରେନ୍ରେ ଏକ ଷଣ୍ଢ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି । ସବୁଠୁ ବଡ କଥା ହେଲା ଏହି ଦୂର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।
ବର୍ତ୍ତମାନ ଘଟଣାସ୍ଥଳରେ ରେଳବିଭାଗ ଟିମ୍ ପହଞ୍ଚି ଟ୍ରାକରୁ ଖସିଥିବା ବଗିକୁ ଉଠାଇବାର ବ୍ୟବସ୍ଥା କରୁଛନ୍ତି । ଏଥି ସହିତ ସେହି ରୁଟ୍ରେ ଯାତ୍ରା କରିବାକୁ ଥିବା ଅନ୍ୟଟ୍ରେନ୍କୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।