Breaking PLUSଦେଶ ବିଦେଶମୁଖ୍ୟ ଖବର
ଜାପାନରେ ଆଜି ପୁଣି ଭୂମିକମ୍ପ ଅନୁଭୂତ
କେନ୍ଦ୍ରୀୟ ଜାପାନରେ ଆଜି ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ।
ଚଳିତ ବର୍ଷ ଜାନୁଆରୀ ୧ରେ, କେନ୍ଦ୍ରୀୟ ଜାପାନରେ ୭.୫ ସାନ୍ଦ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା। ଯେଉଁଥିରେ ଦୁଇଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ କୋଠା ନଷ୍ଟ ହୋଇଯାଇଥିଲା। ସେହି ଭୂକମ୍ପ ପରେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହା ଯୋଗୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ଓ ପ୍ରାୟ ୬୦ ହଜାର ପରିବାର ଜଳ ସଙ୍କଟ ମଧ୍ୟରେ ଗତି କରୁଛନ୍ତି। ଏହାଛଡା ୧୫ ହଜାର ୬୦୦ଟି ପରିବାର ମଧ୍ୟ ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ଜଣାପଡିଛି।