Breaking PLUSଓଡ଼ିଶାମୁଖ୍ୟ ଖବର

ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ଫେବୃୟାରୀ ୧୫ ତାରିଖରେ ସମ୍ବଲପୁରରେ ଏହି ଘଟଣା ଘଟିଥିବାବେଳେ ଜୟନାରାୟଣ ପ୍ରଥମେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଗିରଫଦାରିକୁ ଏଡାଇବା ସକାଶେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଉଚ୍ଚ ନ୍ୟାୟାଳୟ ତାହାକୁ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ଜୟନାରାୟଣ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ସର୍ବେଚ୍ଚ ନ୍ୟାୟାଳୟ ବି ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଜୟନାରାୟଣଙ୍କୁ ନିରାଶ ହେବାକୁ ପଡ଼ିଛି। ଉଭୟ ଜୟନାରାୟଣ ଏବଂ ମହିଳା ଆଇଆଇସି ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ।

Show More

Related Articles

Back to top button