Breaking PLUSଓଡ଼ିଶାମୁଖ୍ୟ ଖବର
ଖୁବ୍ଶୀଘ୍ର ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ୍

ଭୁବନେଶ୍ୱର- ଖୁବ୍ଶୀଘ୍ର ଆରମ୍ଭ ହେବ ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ବ୍ରିଜ୍ । ଫ୍ଲାଏଓଭର ବ୍ରିଜ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜୟଦେବ ବିହାରକୁ ସଂଯୋଗ କରି ନନ୍ଦନକାନନ ପର୍ଯ୍ୟନ୍ତ ଯିବ ଓଭରବ୍ରିଜ । ମଝିରେ ମଝିରେ ବଡ଼ ଛକରେ ଏସକେପ୍ ୱେ ରହିବ । ଓଭରବ୍ରିଜରେ ଯାଉଥିବା ଲୋକଙ୍କୁ ତଳକୁ ଓହ୍ଲାଇବାକୁ ସମସ୍ୟା ହେବନି । ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ, ଉପରେ ୪ ଲେନ୍ ରାସ୍ତା ହେବ ।