Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ପ୍ରକାଶ ପାଇଲା JEE ମେନ୍ ପରୀକ୍ଷା ଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ JEE ମେନ୍ ସେସନ୍-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା। ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ। ଚଳିତ ମାସ ୨୧ରୁ ୩୦ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ହେବ।

Show More

Related Articles

Back to top button