Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଜେଏମ୍‌ଏମ୍‌ଙ୍କ ସମର୍ଥନ

ଭାରତର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଜେଏମ୍‌ଏମ୍‌ । ପାର୍ଟିର ସୁପ୍ରିମୋ ଶିବୁ ସୋରେନ୍ ଏହି ଘୋଷଣା କରିବା ସହ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେବା ନିମନ୍ତେ ପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ପତ୍ରଲେଖି ନିର୍ଦ୍ଦେଶ ଦେଇଛନ୍ତି । ୨୬ ପ୍ରତିଶତ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଝାଡ଼ଖଣ୍ଡରେ ଜେଏମ୍‌ଏମ୍ ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ବେଳେ ଶିବୁ ସୋରେନ୍‌ଙ୍କ ପୁତ୍ର ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେମାନେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର । ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଜେଏମ୍‌ଏମ୍ ପୂର୍ବରୁ ଅନ୍ୟ ଅଣଏନ୍‌ଡିଏ ଦଳ ଶିବସେନା ମଧ୍ୟ ଗତକାଲି ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ ।

Show More

Related Articles

Back to top button