Breaking PLUSଓଡ଼ିଶାମୁଖ୍ୟ ଖବର
ଯୋରନ୍ଦାରେ ପ୍ରଜ୍ୱଳିତ ହେଲା ଝାଡଦୀପ

ଭୁବନେଶ୍ୱର- ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାରେ ମଙ୍ଗଳବାର ମାଘଶୁକ୍ଳ ଚତୁର୍ଦ୍ଦଶୀ ପ୍ରଭୁ ପୂର୍ଣ୍ଣମୀରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହୋଇଛି। ଗୁରୁବ୍ରହ୍ମ ମହିମା ଅଲେଖଧ୍ୱନିରେ ମହିମାଗାଦି ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି। ଚଳିତବର୍ଷ ମେଳାରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ ଗାଦି ମନ୍ଦିରର ପଶ୍ଚିମ ଦ୍ୱାରରେ ନିତିସେବକ ସନ୍ନ୍ୟାସୀଙ୍କଦ୍ୱାରା ଝାଡ଼ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଝାଡ଼ଦୀପରେ ଘୃତାହୂତି ପାଇଁ ଶ୍ରଦ୍ଧାଳୁମାନେ ଗାଦିମନ୍ଦିର ପରିସରରେ ସମବେତ ହୋଇଥିଲେ।