Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆସିଲା ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ

ବିଜାପୁର- ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଆଇଟି ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକାରକୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଥିବା ଜଣାଯାଇଛି। ସେ ବିଦେଶ ଚାଲିଯିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଏଣେ ଅନ୍ୟ ଦୁଇ ସହଯୋଗୀଙ୍କୁ ବି ଧରିଛି ପୁଲିସ। ଆସିଛି ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ। ଏଥିରେ କୁହାଯାଇଛି ଯେ ମୁକେଶ ଚନ୍ଦ୍ରକାରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ତାଙ୍କର ଶରୀରରେ ୫ଟି ଫ୍ରାକ୍ଚରରହିଛି।  ତାଙ୍କ ଲିଭର୍୪ ଖଣ୍ଡ ହୋଇଥିଲା। ଏଣେ  ହୃଦୟରେ ବି ଫାଟ ରହିଥିଲା। ବେକ ମଧ୍ୟ ମୋଡ଼ି ଭାଙ୍ଗି ଦେଇଥିଲେ ହତ୍ୟାକାରୀ। ଏପରି ନୃଶଂସ ହତ୍ୟା କେବେ ଦେଖି ନ ଥିବା କହିଛନ୍ତି ପୋଷ୍ଟମାର୍ଟମ କରିଥିବା ଡାକ୍ତର।

Show More

Related Articles

Back to top button