Breaking PLUSଦେଶମୁଖ୍ୟ ଖବର

ଉଜ୍ଜୟିନୀରେ ଭଗବାନ ମହାକାଳଙ୍କ ଦର୍ଶନ କଲେ ଜେପି ନଡ୍ଡା

ଉଜ୍ଜୟିନୀ- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟପ୍ରଦେଶ ଗସ୍ତର ଦ୍ୱିତୀୟ ଦିନ ବୁଧବାର ସକାଳେ ଉଜ୍ଜୟିନୀରେ ପହଂଚି ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱରଙ୍କୁ ମନ୍ଦିରରେ ଦର୍ଶନ କରିଛନ୍ତି । ସେ ଭଗବାନ ମହାକାଳଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ.ମୋହନ ଯାଦବ ଉପସ୍ଥିତ ଥିଲେ ।
ନଡ୍ଡା ସକାଳେ ଜବଲପୁରରୁ ବିମାନ ଯୋଗେ ଇନ୍ଦୋରରେ ପହଂଚିଥିଲେ । ଏଠାରେ କ୍ୟାବିନେଟ୍ ମନ୍ତ୍ରୀ ତାଙ୍କ ସ୍ୱାଗତ କରିଥିଲେ ।ଏହାପରେ ହେଲିକପ୍ଟର ଯୋଗେ ଉଜ୍ଜୟିନୀରେ ପହଂଚିଥିଲେ । ହେଲିପ୍ୟାଡରୁ ସିଧା ଜ୍ୟୋତିର୍ଲିଙ୍ଗ ଭଗବାନ ମହାକାଳେଶ୍ୱର ମନ୍ଦିରରେ ପଂହଚି ପୂଜାର୍ଚ୍ଚନା କରିଥିଲେ । ନଡ୍ଡାଙ୍କ ସହିତ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଉପସ୍ଥିତ ଥିଲେ । ସେ ପ୍ରାୟ 30 ମିନିଟ କାମ ମହାକାଳ ମନ୍ଦିରରେ ରହିଥିଲେ ।

Show More

Related Articles

Back to top button