Breaking PLUSଦେଶମୁଖ୍ୟ ଖବର

ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭଇ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ବି.ଆର. ଗଭଇଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ସୁପାରିଶ କରିଛନ୍ତି। ଜଷ୍ଟିସ୍ ଗଭଇ ଭାରତର ୫୨ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ମେ ୧୪ରେ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ବି.ଆର. ଗଭଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ବର୍ତ୍ତମାନର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମେ’ ୧୩ ତାରିଖରେ ଶେଷ ହେଉଛି।

Show More

Related Articles

Back to top button