ଜ୍ୟେଷ୍ଠ ପୂର୍ଣ୍ଣିମାରେ ରହୁଛି ଶୁଭ ସଂଯୋଗ,ଘରର ସୁଖ-ସମୃଦ୍ଧି ପାଇଁ କରନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମରେ ଏକାଦଶୀ ଏବଂ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା କୁହାଯାଏ । ଏହି ମାସର ପୂର୍ଣ୍ଣିମା ଜୁନ୍ ୨୪ ଗୁରୁବାର ଦିନ ପଡୁଛି । ଏହି ଶୁଭ ଦିନ ଶ୍ରୀହରିଙ୍କ ପାଇଁ ଉତ୍ସର୍ଗୀକୃତ

ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ବିଷ୍ଣୁଙ୍କର ବିଶେଷ ପୂଜା, ବ୍ରତ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହିତ, କିଛି ବିଶେଷ ଉପାୟ କରିବା ଦ୍ୱାରା ଘରେ ଅନ୍ନ ଏବଂ ଧନର ଅଭାବ ରହିନଥାଏ ।
ଏହି ଦିନ ପୂର୍ଣ୍ଣିମା ଏବଂ ଜ୍ୟେଷ୍ଠ ମାସର ପ୍ରଥମ ଗୁରୁବାର ଏବଂ ଏହି ଦିନ ଶ୍ରୀ ହରିଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ତେଣୁ ଏହି ଖାସ ଏବଂ ଶୁଭ ସଂଯୋଗ ରହିଥିବା ହେତୁ ଏହି ଦିନର ଗୁରୁତ୍ୱ ଆହୁରି ଅଧିକ ବୃଦ୍ଧି ପାଇଛି । ଏହି ଦିନ ଭଗବାନ ବିଷ୍ଣୁ, ଦେବୀ ଲକ୍ଷ୍ମୀ, ହନୁମାନ ଏବଂ ଚନ୍ଦ୍ରଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ଜ୍ୟେଷ୍ଠ ପୂର୍ଣ୍ଣିମା ଶୁଭ ମୁହୂର୍ତ୍ତ:
ପୂର୍ଣ୍ଣିମା ତିଥି ଆରମ୍ଭ ଜୁନ୍ ୨୪, ୨୦୨୧, ଗୁରୁବାର ସକାଳ, ୦୩:୩୨ ମିନିଟରୁ
ପୂର୍ଣ୍ଣିମା ତିଥି ସମାପ୍ତ ଜୁନ୍ ୨୫,୨୦୨୧, ଶୁକ୍ରବାର ରାତି, ୧୨୦୯:09 ମିନିଟ୍ ପର୍ଯ୍ୟନ୍ତ
ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ:
ଏହି ଶୁଭ ଦିନରେ ୧୧ ଟି କଉଡିକୁ ଏକ ନାଲି କପଡ଼ାରେ ରଖନ୍ତୁ । ଏହାକୁ ଦେବୀ ଲକ୍ଷ୍ମୀଙ୍କ ଚରଣ ତଳେ ରଖନ୍ତୁ । ଦେବୀ ଲକ୍ଷ୍ମୀଙ୍କ ବିଧି ବିଧାନ ଅନୁଯାୟୀ ପୂଜା କରିବା ପରେ କଉଡି ଉପରେ ହଳଦୀ ଏବଂ କେସରର ତିଳକ ଲଗାନ୍ତୁ। ଏହା ପରେ, ସେହି କଉଡିକୁ କପଡା ସହିତ ଉଠାଇ ଘରର ଏହା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।
ମନକାମନା ପୁରଣ କରିବା ପାଇଁ:
ଜ୍ୟେଷ୍ଠ ପୂର୍ଣ୍ଣିମାରେ ଚନ୍ଦ୍ରଦେବଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏଥିପାଇଁ ଚନ୍ଦ୍ର ଉଦୟ ହେବାପରେ, କ୍ଷୀରରେ ମହୁ ଏବଂ ଚନ୍ଦନ ମିଶ୍ରଣ କରି ଚନ୍ଦ୍ରକୁ ଅର୍ଘ୍ୟ ଦିଅନ୍ତୁ ।
ଜୀବନର ସମସ୍ୟା ଦୁର କରିବା ପାଇଁ:
ଏହି ଶୁଭ ଦିନରେ, ସକାଳୁ ଉଠି ଓସ୍ତ ଗଛକୁ କିଛି ମିଠା ଏବଂ ଜଳ ଅର୍ପଣ କରନ୍ତୁ ।