Breaking PLUSଓଡ଼ିଶାମୁଖ୍ୟ ଖବର
ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋରିଆପାଳ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତl ମୃତକ ଜଣକ ସେହି ଗାଁର ବିଦ୍ୟାଧର ଦେହୁରୀ (୬୨) l ସୂଚନା ଅନୁସାରେ ବିଦ୍ୟାଧର ଗାଁରେ ପୂଜକ ଭାବେ କାମ କରୁଥିବା ବେଳେ ସକାଳୁ ଗାଧୋଇବା ପାଇଁ ଗାଁ ନିକଟରେ ଥିବା ଜୋରକୁ ଯାଉଥିଲେ l ଯିବା ସମୟରେ ନିକଟସ୍ଥ ଜଙ୍ଗଲରେ ବିଦ୍ୟାଧରଙ୍କ ସହ ଗୋଟିକିଆ ଦନ୍ତାଟି ମୁହାଁମୁହିଁ ହୋଇଥିଲେ l ହାତୀଟି ବିଦ୍ୟାଧରଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା l ବିଦ୍ୟାଧରଙ୍କ ଡାହାଣ ଜଙ୍ଘକୁ ଦାନ୍ତରେ ଭୁସି କ୍ଷତାକ୍ତ କରିବା ସହ ଟେକି କଚାଡ଼ିଦେଇଥିଲା ଦନ୍ତା l