Breaking PLUSଓଡ଼ିଶାମୁଖ୍ୟ ଖବର

କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟର ଜୋରିମାନା

ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜବାବ ଦାଖଲ ତାରିଖ ଗଡ଼ାଇବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ତାଙ୍କ ଆବେଦନକୁ ଅନୁମତି ପ୍ରଦାନ କରିବା ସହ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅର୍ଥ ହାଇକୋର୍ଟ ବାର୍‌‌ ଆସୋସିଏସନ କଲ୍ୟାଣପାଣ୍ଠିରେ ଜମା କରିବାକୁ ଅଦାଲତ ଦେଇଛନ୍ତି। ବଲାଙ୍ଗିର ଜିଲା ପାଟଣାଗଡ଼଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ନିର୍ବାଚନ ଜିତିଥିଲେ। ସେ ନିର୍ବାଚନରେ ଅନିୟମିତତା କରିଥିବା ନେଇ ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସିଂହଦେଓ ପ୍ରାର୍ଥିପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାକୁ ଚପାଇଛନ୍ତି ଓ ସମ୍ପତ୍ତିର ତାଲିକା ମିଛ ଦେଇଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଥିଲେ। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ଗତ ସେପ୍ଟେମ୍ବରରେ ଓକିଲଙ୍କ ଜରିଆରେ କନକ ବର୍ଦ୍ଧନ ହାଜର ହୋଇଥିଲେ। ହେଲେ ଜବାବ ଦାଖଲ ପାଇଁ କ୍ରମାଗତ ସମୟ ନେଇଚାଲିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ବେହେରା ମାମଲା ପରିଚାଳନା କରୁଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button