
() ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବ ପୀଠ । ଶ୍ରାବଣରେ ଶିବଲିଙ୍ଗରେ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ । କାଉଡିଆମାନେ ଜଳ ଭାର ଆଣି ଶିବଙ୍କ ନିକଟରେ କରୁଛନ୍ତି ଜଳାଭିଷେକ । ତେବେ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବାହାରିଥିବା କାଉଡ଼ିଆଙ୍କ ସହ ହୋଇଛି ଅଘଟଣ ।
ଗଞ୍ଜାମ ଆସିକାରୁ ଅରଖପୁର ଗାଁର ତାଡ଼କେଶ୍ୱର ମନ୍ଦିରକୁ ପାଣି ଭାର ଧରି ଯାଉଥିବା ବେଳେ କାଉଡ଼ିଆଙ୍କ ଉପରକୁ କାର ମାଡ଼ି ଯାଇଥିବା ଜଣାପଡ଼ିଛି । ଭେଟନଇ ଏବଂ ଭେଜିପୁଟ ମଝି ରାସ୍ତାରେ ହୋଇଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଛି ।