Breaking PLUSଓଡ଼ିଶାମୁଖ୍ୟ ଖବର

କପିଳାସ ପୀଠର ହେବ ଉନ୍ନତିକରଣ

କପିଳେଶ୍ୱର ମନ୍ଦିର ସମେତ ଅଷ୍ଟଶମ୍ଭୁ ମନ୍ଦିରର ହେବ ବିକାଶ

ରାଜ୍ୟର ପ୍ରମୁଖ ଶୈବପୀଠ ଭାବେ ପରିଚିତ କପିଳାସ ପୀଠର ହେବ ବିକାଶ । ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ନକ୍ସାରେ ଯୋଡି ହେବ ଚନ୍ଦ୍ରଶେଖର ଜୀଉଙ୍କ ଏହି ପୀଠ । ସେହିପରି କାମାକ୍ଷାନଗରର ହାତୁଆରୀ ସ୍ଥିତ ବହୁ ପ୍ରାଚୀନ ବାବା କପିଳେଶ୍ୱର ମନ୍ଦିର ସରାଙ୍ଗ ନଦୀ ଗର୍ଭରେ ଥିବା ପ୍ରଭୁ ଅନନ୍ତ ଶୟନ କିର୍ତ୍ତୀରାଜି, କୁଆଁଳୋ ସ୍ଥିତ ବାବା ଅଷ୍ଟଶମ୍ଭୁ ମନ୍ଦିରର ମଧ୍ୟ ହେବ ଉନ୍ନତିକରଣ ହେବାକୁ ଯାଉଛି ।

ଆର୍କିଓଲୋଜିକାଲ୍‌ ସର୍ଭେ ଅଫ ଇଣ୍ଡିଆ ନ୍ୟାସନାଲା ମୋନୋମେଣ୍ଟ ଅଥରିଟି ଚେୟାରମ୍ୟାନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କପିଳାସ ପୀଠର ଉନ୍ନତି ହେବାକୁ ଯାଉଛି । ଏଥିପାଇଁ ପ୍ରାଥମିକ ସର୍ଭେ ସରିବା ସହ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button