ଟ୍ୱିଟରରୁ ଅଲବିଦା ନେଲେ କରଣ ଜୋହର

ବଲିଉଡ ଇଣ୍ଡଷ୍ଟ୍ରିର ବେଶ୍ ପରିଚିତ ନାମରେ ଜଣାଶୁଣା କରଣ ଜୋହର।ଯେମିତି ସୋସିଆଲ ମିଡିଆରେ ତାଙ୍କର ଅନେକ ସଂଖ୍ୟକ ଫ୍ୟାନ୍ ଫଲୋଅର ଅଛନ୍ତି ସେହିପରି ଅନେକ ଟ୍ରୋଲ ମଧ୍ୟ କରନ୍ତି। ସବୁଠି ତାଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳେ । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛିି।ସୋସିଆଲ ମିଡିଆରୁ ବିଦାୟ ନେବାକୁ ମନସ୍ଥ କରିଛନ୍ତି କରଣ ।
ଏଥିପାଇଁ ସେ ଏସବୁରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । କଥାଟି ବିଶ୍ୱାସ ହେଇନିଥିଲେ ବି ସତ । କରଣ ଜୋହରଙ୍କ ସୋସିଆଲ ମିଡିଆ ଛାଡିବା ନେଇ ଚର୍ଚ୍ଚା ହେଉଛନ୍ତି । ଏହି ନିର୍ଦ୍ଦେଶକ ଜଣଙ୍କ ଟ୍ୱିଟରକୁ ବାଏ ବାଏ କରିଛନ୍ତି । କରଣ ତାଙ୍କ ଚାଟ୍ ସୋ ପାଇଁ କ୍ରମାଗତ ଭାବରେ ହେଡଲାଇନରେ ରହିଥା’ନ୍ତି । ଏଥର ତାଙ୍କ ଶୋ’କୁ ଯେତିକି ଭଲପାଇବା ମିଳିଥିଲା ସେତିକି ବିରୋଧ ମଧ୍ୟ ହୋଇଥିଲା । ଅନେକେ ଏହି ଶୋ’କୁ ଶୋଇବା ଘରରୁ ରହସ୍ୟ ଉନ୍ମୋଚନ ସହ ଯୋଡିଥିଲେ । ହେଲେ ଏବେ ଟୁଇଟ୍ କରି କରଣ ଜୋହର ଟ୍ୱିଟରରୁ ବିଦାୟ ନେଇଛନ୍ତି ।
କରଣ ଜୋହର ଟ୍ୱିଟର ଛାଡିବା ପୂର୍ବରୁ ଲେଖିଛନ୍ତି- ‘ମୁଁ ସକରାତ୍ମକ ଶକ୍ତି ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଏଥିପାଇଁ ମୁଁ ଏହି ପଦକ୍ଷେପ ନେଉଛି । କରଣଙ୍କ ଏହି ନିଷ୍ପତ୍ତି ପରେ ଟ୍ୱିଟରରେ ଆଲୋଡନ ସୃଷ୍ଟି ହୋଇଛି । ଲୋକମାନେ ଏହି ପଦକ୍ଷେପର ଭିନ୍ନ ଅର୍ଥ ନେଉଛନ୍ତି । କିଛି ଲୋକ ବିଶ୍ୱାସ କରନ୍ତି ଯେ ଟ୍ୱିଟରରେ ତାଙ୍କ ବିରୋଧରେ ଚାଲିଥିବା ଘୃଣାକୁ ଦୃଷ୍ଟିରେ ରଖି କରଣ ଏହି ନିଷ୍ପତ୍ତି ନେଇଛନ୍ତି ।